29.1 C
Bhubaneswar
Tuesday, June 6, 2023
Home Crime ଖାଦାନ ନିକଟରୁ ଯୁବକଙ୍କ ଶବ ଉଦ୍ଧାର  

ଖାଦାନ ନିକଟରୁ ଯୁବକଙ୍କ ଶବ ଉଦ୍ଧାର  

ରାଉରକେଲା :ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ  ଲାଲଟାଙ୍କି ଅଂଚଳର ଗିରି ବସ୍ତିରେ ବାସ କରୁଥିବା ୨୩ ବର୍ଷିୟ ଯୁବକ ବିନୋଦ କୈବର୍ତଙ୍କ ଶବ ମୂମୂର୍ଷୁ ଅବସ୍ଥାରେ ଖାଦାନ ନିକଟରେ ଶନିବାର ଅପରାହ୍ନରେ  ପଡ଼ିଥିବା  ଦେଖି ସ୍ଥାନୀୟ ଲୋକେ ଟାଙ୍ଗରପାଲୀ ଥାନାକୁ ସୂଚନା ଦେବା ପରେ ପୁଲିସ ଯୁବକଙ୍କ ଶବ ଉଦ୍ଧାର କରିଥିଲା । ପରେ  ମୃତ ବିନୋଦଙ୍କ ପରିବାରବର୍ଗଙ୍କ ପକ୍ଷରୁ  କୌଣସି ପୂର୍ବ ଶତୃତା ନେଇ କେହି  ତାଙ୍କୁ ହତ୍ୟା କରିଥାଇ ପାରେ ବୋଲି  ଟାଙ୍ଗରପାଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଏହି ଘଟଣାରେ କିଛି ବ୍ୟକ୍ତିଙ୍କୁ  ସନ୍ଦେହରେ ଅଟକ ରଖି  ତଦନ୍ତ ଜାରି ରଖିଛି । ମୃତ ଯୁବକ ବିନୋଦ ଗତ ସେମାବାର ଠାରୁ ନିଖୋଜ ହୋଇଯାଇଥିବା ବେଳେ, ଏନେଇ  ଗତ ମଙ୍ଗଳବାର ଟାଙ୍ଗରପାଲୀ ଥାନାରେ ଗତ ମଙ୍ଗଳବାର ଏତଲା ଦିଆଯାଇଥିବା ବେଳେ ବିନୋଦର ଶବ ଡମ୍ପିୟାର୍ଡ଼ ନିକଟ ଖାଦାନ ନିକଟରୁ ଉଲଂଗ୍ନ ଅବସ୍ଥାରେ ପିଙ୍ଗି ଦେଇଥିଲା । ପୁର୍ବ ଶତୃତା କାରଣରୁ କେହି ତାକୁ ହତ୍ୟା କରି ସେଠାରେ ପିଙ୍ଗି ଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପୁଲିସ ପାରିପାର୍ଶିକ ସୂଚନା ଆଧାରରେ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାଣ୍ଡର ସୁରାଗ ଖୋଜୁଛି!ପୁଲିସ ମୃତ ବିନୋଦଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ବିଭିନ୍ନ ଦିଗରୁ  ହତ୍ୟା ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୃତ ବିନୋଦଙ୍କ ମୃତ୍ୟୁରେ ଲାଲଟାଙ୍କି ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଦୋକାନ ବଜାର ବନ୍ଦ ରଖାଯାଇଥିଲା ।   ଏଠାରେ ସୂଚନାଯୋଗ୍ୟ, ମୃତ ବିନୋଦ ବହୁ ଦିନରୁ ଆଖପାଖ ଅଂଚଳରେ  ତୈଳ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲା

Latest News